Fullscreen view active. Tap screen to show options.
BACK
18px
hoi ki bandhu asithile jishu
Singer: Traditional / Gospel
ହୋଇ କି ବନ୍ଧୁ ଆସିଥଲେ ଯୀଶୁ ଆମର ପାପ ପାଇଁ
ଆସିଥିଲେ ପୃଥିବୀରେ ଦୁଇ ହଜାର ବର୍ଷ ପୂର୍ବେ
ବୋହିନେଲେ ପାପ ଭାର ଆମ ମୁକ୍ତି ପାଇଁରେ
ହୋଇ କି ବନ୍ଧୁ… (ଘୋଷା)
ଆମେ ଦେଲେ ତାଙ୍କରେ ମନ ଦେବେ ସେ ପରିତ୍ରାଣ
ପାପ ଧୋଇଦେବେ ସେ ଆମ କରି ସେ କ୍ଷମା ଦାନ
ନେଇଯିବେ ସେ ସ୍ଵର୍ଗପୁରେ ଦିବ୍ୟଜ୍ୟୋତି ଦେବେ ରେ
ହୋଇ କି ବନ୍ଧୁ…|| ୧ ||
ଆସ ଯିବା ତାଙ୍କରି ପାଶେ ଚାଲିବାରେ ମୁକ୍ତି ପଥେ
ସଂସାରେ ତୁ ରହିଲେ ହେଁ ଦେବେ ଶାନ୍ତି ଓ ଶକ୍ତି
ଉଦ୍ଧାରକରତା ହୋଇ ଏକା ଯୀଶୁ ସେହିରେ
ହୋଇ କି ବନ୍ଧୁ… || ୨ ||
ମୃତକୁ ସେ ଜିଣିଥିଲେ ତିନିଦିନ ପରେ ଉଠିଲେ
ସ୍ଵର୍ଗ ବାଟ ଫିଟାଇଲେ ପାପୀକୁ ଆଶ୍ରା ଦେଲେ
ଗାଇଯିବା ତାଙ୍କ ନାମ ବଞ୍ଚିଥିବା ଯାଏରେ
ହୋଇ କି ବନ୍ଧୁ… || ୩ ||
Rajiv Deshmajhi
February 28, 2024 at 10:23 am
ବହୁତ ଭଲ ଅଛି!!